ରାସ୍ତାରେ ପଡିଥିବା ୧୦୦ଟଙ୍କିଆ ନୋଟକୁ ଧରୁଛନ୍ତି କି ... 
by Argus News
Fri, Apr 12 | 5:07 p.m.

ନୂଆଦିଲ୍ଲୀ:  ରାସ୍ତାରେ ପଡିଛି ୧୦୦ ଟଙ୍କିଆ ନୋଟ। ବହୁତ କମ ଲୋକ ରାସ୍ତାରୁ ୧୦୦ ଟଙ୍କିଆ  ନୋଟ ପଡିଥିବ ଦେଖି ଅଣଦେଖା କରିଦେଉଛନ୍ତି।  କିନ୍ତୁ  ପ୍ରାୟତଃ ଲୋକମାନେ  ଏ ଟଙ୍କାକୁ ରାସ୍ତାରୁ ଉଠାଇ ଆଣି ଖୁସି ହେଇଯାଉଛନ୍ତି। କାରଣ ଟଙ୍କା ଭଳି ଜିନିଷକୁ ଛାଡିବ କିଏ। କିନ୍ତୁ ଟଙ୍କା ଉଠାଇବାର କିଛି ସମୟ ପରେ  ଲୋକଙ୍କ ମନ ଖୁସି ହେବା ପରିବର୍ତ୍ତେ  ଦୁଃଖି ହେଇଯାଉଛି  ଆଉ ବିରକ୍ତି ହେଇଯାଉଛନ୍ତି ଲୋକେ।  କାରଣ ଏହା ସତସତିଆ  ୧୦୦ ଟଙ୍କିଆ ନୁହେଁ।

ଗୋଟିଏ କାଫେ  ତାର ବିଜ୍ଞାପନ ପାଇଁ  କାଗଜର ଗୋଟିଏ ପଟେ ୧୦୦ଟଙ୍କିଆ ନୋଟ୍‌ର ପ୍ରିଣ୍ଟ  ରଖି କାଗଜର ଅନ୍ୟପଟେ କାଫେର ବିଜ୍ଞାପନ ଛପାଯାଇଛି। ଲୋକମାନେ  ୧୦୦ ଟଙ୍କା ଭାବି ଉଠାଇବା ପରେ ଦେଖନ୍ତି ଯେ ଏହା ଏକ ବିଜ୍ଞାପନର ଆଡ୍‌।  କାଫେ ବିଜ୍ଞାପନର ଏହି ନିଆରା ଶୈଳି ଏବେ ସୋସିଆଲ ମିଡିଆରେ ବେସ୍‌ ଭାଇରାଲ ହେଉଛି।  ତେବେ  ଇଷ୍ଟାଗ୍ରାମରେ  @cafe_mantralay ନାମକ ଆକାଉଣ୍ଟ ରେ ଏହି ଭିଡଇଓ ସେୟାର ହୋଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷ ୧୧ ହଜାର ରୁ ଅଧିକ ଲୋକ ଦେଖିସାରିଲେଣି।  ଭିଡିଓ ଦେଖିସାରିବା ପରେ କିଛି ୟୁଜର କହିଛନ୍ତି  ସ୍ମାର୍ଟ ଆଡର୍ଭଟାଇଜିଙ୍ଗ, ଆଉ କେହି କହିଛନ୍ତି  ଏହା ଧୋକା , ଅନ୍ୟ କିଛି ୟୁଜର କହିଛନ୍ତି ନୂଆ ବିଜନେସ ପାଇଁ  ଏପରି କୌଶଳ ଆପଣାଇବା ନିଆତି ଦରକାର। 

ଅଧିକ ପଢନ୍ତୁ ଭାରତ ଖବର
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ